Sahitya Jibana

Portal on odia literature

ତୁମ ଅନୁପସ୍ଥିତି – ଡ଼. ପ୍ରିୟମ୍ବଦା ସାମଲ

1 min read

ପୁରାଣେ ମୁଁ ପଡିଥିଲି
ତୁମେ କାଳେ ରକ୍ଷା କଲ
ଦ୍ରୌପଦୀର ମାନ
ଦେଇଥିଲ କୋଟି ବସ୍ତ୍ର
କୁରୁ ବଂଶ ଧ୍ବଂସ ହେଲା
ନାରୀ ନିର୍ଯାତନା ପାଇଁ।
ସତୀ ସୀତା ଲୁହେ
ସ୍ବର୍ଣ୍ଣ ଲଙ୍କା ଧ୍ବଂସ କଲ
ରାମ ଅବତାରେ
ନୀରବ କାହିଁକି ପ୍ରଭୁ
ଏ ରାଜ ରାସ୍ତାରେ
ଦିନ ଦ୍ବିପ୍ରହରେ
କାନ୍ଦନ୍ତି କେତେ
ଦ୍ରୌପଦୀ ଆଉ ସୀତା
ନିର୍ଯ୍ଯାତିତା ପୁଣି ଲୁଣ୍ଠିତା
କାହିଁକି ନୀରବ ପ୍ରଭୁ
କାହିଁ ତୁମର ଶକ୍ତି
କାହିଁ ତୁମର ରକ୍ଷାକର୍ତ୍ତା ବେଶ
ନିଶ୍ଚଳ କାହିଁକି?
ଖୁବ୍ ଶୀଘ୍ର ଅବତାର
ରକ୍ଷା କର ଏ ନାରୀ ଜାତିରେ
ତ୍ରାଣକର୍ତ୍ତା ନାମ ତୁମ
ଶୋଭା ପାଉ
ସବୁ ଯୁଗ ପରି
ଏ କଳି ଯୁଗରେ।

ଡ଼ ପ୍ରିୟମ୍ବଦା ସାମଲ
ଜବାହର ନବୋଦୟ ବିଦ୍ଯାଳୟ ଗଜପତି
samalpriyambada71@gmail.com