Sahitya Jibana

Portal on odia literature

ଗଣତନ୍ତ୍ର – ଜଗମୋହନ ପ୍ରଧାନ

1 min read

ନାରଙ୍ଗୀ ଧଳା ସବୁଜ ରଙ୍ଗେ
ଅଶୋକ ଚକ୍ର ସାଥେ ସେ ସୁନ୍ଦର ଲାଗେ ।
ଯାହା ପାଇଁ ମୋ ଦେଶ ଗର୍ବିତ ହୁଏ
ସତ୍ୟ ଶାନ୍ତି ତ୍ୟାଗ ବୀରତ୍ୱର ପ୍ରତୀକ ସିଏ ।
ଆସ ହେ ମିତ ଆସ ସଙ୍ଗାତ
ତ୍ରିରଙ୍ଗା ତଳେ ଗାଇବା ଜାତୀୟ ସଙ୍ଗୀତ ।
ଏଇ ତ୍ରିରଙ୍ଗା ତଳେ କରି ଶପଥ
ଆସ ଗଢ଼ିବା ଭାରତର ନୁଆ ଭବିଷ୍ୟତ ।
ଜାତି ଧର୍ମ ସବୁ ଏକାଠି ହୋଇ
ଏ ଦେଶକୁ ନବା ପ୍ରଗତି ପଥେ ବଢ଼ାଇ ।
ସମ୍ବିଧାନର ଆମେ ରଖିବା ଟେକ
ଆମ ଭାରତ ପରା ଗଣତନ୍ତ୍ର ର ରାଷ୍ଟ୍ର ।
ବୁଦ୍ଧିଜୀବିମାନେ ସମ୍ବିଧାନ ଲେଖିଲେ
ଗଣତନ୍ତ୍ର ରାଷ୍ଟ୍ରର ପରିଚୟ ସେ ଦେଲେ ।
ସତ୍ୟ ଧର୍ମ ନ୍ୟାୟ ପଥେ ଚାଲିବା
ଭାରତର ସୁନେଲି ଭବିଷ୍ୟତ ଆସ ଗଢ଼ିବା ।

ଜଗମୋହନ ପ୍ରଧାନ
ଶକୁନ୍ତଳାପୁର, ଯାଜପୁର