Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ଜିତୁରାମ ସାହୁ

1 min read

ମନର ସ୍ୱାଧୀନତା,
ଶବ୍ଦରେ ଶକ୍ତି,
ଆମ ରକ୍ତରେ ପରିଷ୍କାର ପରିଚ୍ଛନ୍ନତା
ଆମ ଆତ୍ମାରେ ଭକ୍ତି ।।

ଆଜି ଆମର ଜାତୀୟ ପତାକା ଉଡ଼ିବ
ଏହା ସମସ୍ତଙ୍କ ପାଇଁ ଗୌରବର କଥା,
ପୁର ପଲ୍ଲୀ ଠାରୁ ସହର ଯାଏ
ପାଳନ କରନ୍ତି ସଭିଏ ଅତ୍ୟନ୍ତ ତୃପ୍ତିର କଥା ।।

ଆମର ସ୍ୱାଧୀନତା
ଏହା ଏକ ଦୀର୍ଘ ଯୁଦ୍ଧ ଥିଲା,
ଲକ୍ଷ ଲକ୍ଷ ଲୋକ ଏକତା
ଏଥିରେ ମୂଲ୍ୟ ଦିଆଯାଇଥିଲା !!

ଜଣେ ବ୍ୟବସାୟୀ ଭାବରେ ଆସିଥିଲେ ଗୋରା
ଆମ ସହ ମିଶି ଆମକୁ କଲେ ପ୍ରତାରଣା
ତାଙ୍କ ସହ ଯୁଦ୍ଧ କରି ଆମ ବୀର ପୁରୁଷ
ଦେଖାଇ ଦେଲେ ତାଙ୍କ ବୀର ପଣିଆ !!

ଆମେ ଆମର ଗଣତନ୍ତ୍ର ପାଇଲୁ
ସାହସୀ ସହିଦମାନଙ୍କ ବଳିଦାନ ବଳରେ
ତାହାଙ୍କୁ ମୋର କୋଟି ପ୍ରଣାମ
ସେହି ମହାନ ପୁରୁଷ ମାନଙ୍କ ଚରଣରେ।।

ଜିତୁରାମ ସାହୁ
ଗ୍ରାମ- ଖାସବାହାଲ୍
ବ୍ଲକ- ସଇଁନ୍ତଲା (ବଲାଙ୍ଗୀର)

Copyright © Sahitya Jibana | Newsphere by AF themes.