Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ନିବେଦିତା ମହାପାତ୍ର

1 min read

ସ୍ବତନ୍ତ୍ର ସେନାନୀ ଦେଲେ ବଳିଦାନ
କରିଦେଲେ ଭାରତ ମା’କୁ ସ୍ବାଧିନ
ପ୍ରସ୍ତୁତ କରିଲେ ନୂଆ ସମ୍ବିଧାନ
ବଦଳାଇ ଦେଲେ ଦେଶର ଶାସନ॥
ଅନ୍ୟାୟ ଅନୀତି ଦେବାକୁ ଦୁରେଇ
ନିଜ ହାତେ ଶାସନ କରିବା ପାଇଁ
କମିଟି ଗଢିଲେ ଏକତ୍ରିତ ହୋଇ
ନିୟମ କରିଲେ ଜନତାଙ୍କ ପାଇଁ॥
ମିଳିମିଶି କଲେ ବିଚାର ବିମର୍ଷ
ନୀତି ଗଢିବାକୁ ନେଲେ ଦୁଇ ବର୍ଷ
ପ୍ରତିପାଦିତ କଲେ ନିଜ ଉତ୍କର୍ଷ
ଫୁଟାଇଲେ ସବୁରି ମୁହଁରେ ହର୍ଷ॥
ଏକଛତ୍ରବାଦୀ ହେଲେ ଅନ୍ତର୍ହିତ
ରାଜତନ୍ତ୍ର କଷଣ ହେଲା ବିଗତ
ସମତା ଭାବକୁ କରି ସଂଗଠିତ
ଗଣତନ୍ତ୍ର ରାଷ୍ଟ୍ର କଲେ ପ୍ରତିଷ୍ଠିତ॥
ମିଳିଲା ସଭିଙ୍କୁ ସମ ଅଧିକାର
ଗଠିତ ହୋଇଲା ସୁସ୍ଥ ସରକାର
ମହାମନ୍ତ୍ର କରି ଏକତାର ସ୍ବର
ପାଳନ କଲେ ଦିବସ ଆନନ୍ଦର॥
ଏହା ନୁହେଁ କେବଳ ଏକ ଉତ୍ସବ
ଆମ ପାଇଁ ପରା ତ୍ୟାଗର ପରବ
ଭୁଲି ଜାତି ଧରମର ଭେଦଭାବ
କରିଯିବା ନିଜ ନିଜର କର୍ତ୍ତବ୍ଯ॥

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ,ପୁରୀ

Copyright © Sahitya Jibana | Newsphere by AF themes.